ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ

ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ

ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ
କୋଲକାତା : ଛାତିରେ ଯନ୍ତ୍ରଣା ଅନୁଭୂତ ହେବାରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ହସପିଟାଲରେ ଭର୍ତି କରାଯାଇଛି । ନିକଟରେ ସେ ହୃଦରୋଗରେ ପୀଡ଼ିତ ହେବାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । କିନ୍ତୁ ପୁଣି ତାଙ୍କୁ ଆଉଥରେ ଆପୋଲୋ ହସପିଟାଲରେ ଭର୍ତି କରାଯାଇଛି । ସୂଚନାଯୋଗ୍ୟଯେ, ଗତ ଜାନୁଆରୀ ୨ରେ ଗାଙ୍ଗୁଲି କୋଲକାତାର ଉଡ଼ଲାଣ୍ଡ ହସପିଟାଲରେ ଭର୍ତି ହୋଇଥିଲେ । ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ସେ ଚିକିତ୍ସିତ ହୋଇଥିଲେ । ପ୍ରାୟ ୫ ଦିନ ଧରି ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯିବା ସହ ୩ଟି ସ୍ଥାନରେ ବ୍ଲକେଜକୁ ହଟାଯାଇଥିଲା । ଗାଙ୍ଗୁଲିଙ୍କ ଚିକିତ୍ସା ପାଇଁ ହୃଦରୋଗ ବିଶେଷଜ୍ଞ ଦେବୀ ସେଟ୍ଟୀ ତୁରନ୍ତ କୋଲକାତାରେ ପହଁଚି ସାରିଛନ୍ତି । ଅପରପକ୍ଷରେ ପ୍ରଥମ ଆଞ୍ଜିଓ ପ୍ଲାଷ୍ଟିର ୨ ସପ୍ତାହ ମଧ୍ୟରେ ପୁଣି ଥରେ ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଥିଲା । ଏକ ବଙ୍ଗାଳୀ ଖବର ଚ୍ୟାନେଲରେ ପ୍ରସାରିତ ରିପୋର୍ଟ ଅନୁଯାୟୀ, ଗାଙ୍ଗୁଲି ନିଜ କାରରେ ହସପିଟାଲ ଯାଇଛନ୍ତି । ତାଙ୍କୁ ତୁରନ୍ତ ହସପିଟାଲର ଏମରେଜନ୍ସୀ ୱାଡର଼୍ରେ ଭର୍ତି କରାଯାଇଛି ।