ଏବେ ଠାରୁ ଏପରି ହୋଇଯାଆନ୍ତୁ ସାବଧାନ, ଶିଶୁମାନେ ହୋଇ ପାରନ୍ତି କରୋନା ତୃତୀୟ ଲହରର ଶିକାର!

ଏବେ ଠାରୁ ଏପରି ହୋଇଯାଆନ୍ତୁ ସାବଧାନ, ଶିଶୁମାନେ ହୋଇ ପାରନ୍ତି କରୋନା ତୃତୀୟ ଲହରର ଶିକାର!

ଏବେ ଠାରୁ ଏପରି ହୋଇଯାଆନ୍ତୁ ସାବଧାନ, ଶିଶୁମାନେ ହୋଇ ପାରନ୍ତି କରୋନା ତୃତୀୟ ଲହରର ଶିକାର!

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦ୍ବିତୀୟ ଲହର ଶୀର୍ଷ ଛୁଇଁଥିବା ବେଳେ ତୃତୀୟ ଲହର ଆସିବା ସମସ୍ତଙ୍କୁ ଭୟଭୀତ କରି ପକାଇଛି ।  କୁହାଯାଉଛି କି ଏହି ତୃତୀୟ ଲହର ବିଶେଷ ଭାବେ ଶିଶୁମାନଙ୍କ ଉପରେ ପ୍ରଭାବ ପକାଇବ । ଏମିତିକି ଅନେକ ରାଜ୍ୟ ଶିଶୁମାନଙ୍କ ପାଇଁ ପ୍ରସ୍ତୁତି ବି ଆରମ୍ଭ କରି ଦେଲେଣି । ତେବେ ଏଭଳି କ୍ଷେତ୍ରରେ ଶିଶୁମାନଙ୍କ ରୋଗପ୍ରତିରୋଧକ ଶକ୍ତିକୁ କିପରି ବୃଦ୍ଧି କରିବେ? ସେମାନଙ୍କୁ ଏହି ତୃତୀୟ ଲହରରୁ କିପରି ବଞ୍ଚାଇବେ ସେନେଇ ଅଭିଭାବକଙ୍କୁ ଚିନ୍ତା ଘାରିଲାଣି । ଏହାକୁ ନେଇ ବିଶେଷଜ୍ଞମାନେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା…. 

ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗର କହିବାନୁସାରେ, ରାଜ୍ୟରେ ଏଯାବତ ୦ରୁ ୧୦ବର୍ଷ ମଧ୍ୟରେ ଏକଲକ୍ଷ ୪୫ହଜାର ୯୩୦ଜଣ ଶିଶୁ କରୋନାରେ ସଂକ୍ରମଣ ହୋଇଛନ୍ତି । ପ୍ରତିଦିନ ୩୦୦ରୁ ୫୦୦ ଶିଶୁ କରୋନାରେ ଆକ୍ରାନ୍ତ ହେଉଛନ୍ତି । ସେହିପରି ମହାରାଷ୍ଟ୍ରରେ ଏଯାବତ ୩ଲକ୍ଷ ୨୯ହଜାର ୭୦୯ଜଣ ଶିଶୁ ଓ ଯୁବକ କରୋନାର ଶିକାର ହୋଇଛନ୍ତି । ଏମାନଙ୍କ ବୟସ ୧୧ରୁ୨୦ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି ।

ଗୋରଖପୁରର ପୂର୍ବାଞ୍ଚଳ ମଲ୍ଟି ସ୍ପେସାଲିଟି ଆଣ୍ଡ କ୍ରିଟିକଲ କେୟର ହସ୍ପିଟାଲର ନବଜାତ ଶିଶୁ ତଥା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରମୋଦ ନାୟକଙ୍କ କହିବାନୁସାରେ, ପ୍ରଥମ ଲହରରେ ବୃଦ୍ଧ ଓ ରୋଗୀ, ଦ୍ବିତୀୟ ଲହରରେ ଯୁବକମାନେ ଅଧିକ କରୋନାର ଶିକାର ହୋଇଛନ୍ତି । ସେହିପରି ତୃତୀୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି । ତେବେ ଶିଶୁମାନଙ୍କ ପାଇଁ ଏଯାବତ କୌଣସି ଟିକା କି ଔଷଧ ବି ବାହାରି ନାହିଁ । ଯେଉଁଥିପାଇଁ ଅଧିକ ଚିନ୍ତାରକାରଣ ହୋଇଛି ।

ଡାକ୍ତରଙ୍କ କହିବାନୁସାରେ, ପିଲାଙ୍କୁ ୧୫ଦିନ ପାଇଁ ଜିଙ୍କ, ଗୋଟିଏ ମାସ ପାଇଁ ମଲ୍ଟି ଭିଟାମିନ ଓ ଗୋଟିଏ ମାସ ପାଇଁ କ୍ୟାଲସିୟମ ଦେଇ ପାରିବେ। ଏହି ସମସ୍ତ ଔଷଧ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହା ସତ୍ତ୍ବେ ବି ଶିଶୁକୁ ଥଣ୍ଡା, କାଶ ଓ ଜ୍ବର ହେବାକୁ ଦିଅନ୍ତୁ ନାହିଁ। ଯଦି ଏପରି କିଛି ଲକ୍ଷଣ ଦେଖା ଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଲୋଡନ୍ତୁ । ବାହାରୁ ଆସୁଥିବା ଲୋକଙ୍କ ସଂସ୍ପର୍ଶରେ ପିଲାମାନଙ୍କୁ ଆସିବାକୁ ଦିଅନ୍ତୁ ନାହିଁ । ପିଲାଙ୍କୁ ମାର୍କେଟକୁ ନେଇ ଯାଆନ୍ତୁ ନାହିଁ । ଘରେ ଯଦି କେହି ରୋଗରେ ପଡ଼ିଛନ୍ତି ତେବେ ପିଲାଙ୍କୁ ଏନ ୯୫ମାସ୍କ ପିନ୍ଧାଇ ଗୋଟିଏ ଘରେ ରଖନ୍ତୁ । ପିଲାଙ୍କୁ ଘର ପାଖରେ ଥିବା ପିଲାଙ୍କ ସହ ଖେଳିବାକୁ ଛାଡ଼ନ୍ତୁ ନାହିଁ । ଏଥିସହିତ ସେମାନଙ୍କୁ କରୋନାକୁ ନେଇ ଭୟଭୀତ କରନ୍ତୁ ନାହିଁ ସେମାନଙ୍କ ମନୋବଳ ଦୃଢ଼ କରନ୍ତୁ ।