ରାଷ୍ଟ୍ରୀୟ ସଭାପତି ହୋଇପାରନ୍ତି ଧର୍ମେନ୍ଦ୍ର !

ରାଷ୍ଟ୍ରୀୟ ସଭାପତି ହୋଇପାରନ୍ତି ଧର୍ମେନ୍ଦ୍ର !

ରାଷ୍ଟ୍ରୀୟ ସଭାପତି ହୋଇପାରନ୍ତି ଧର୍ମେନ୍ଦ୍ର !
ଭୁବନେଶ୍ୱର : ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଏବେ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଛି । ବିଜେପି ଅଧ୍ୟକ୍ଷ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ହେବାକୁ ଯାଉଥିବାରୁ ଧର୍ମେନ୍ଦ୍ରଙ୍କୁ ଏକ ବଡ଼ ସୁଯୋଗ ମିଳିବାର ସମ୍ଭାବନା ରହିଛି । ଧର୍ମେନ୍ଦ୍ର ବିଶ୍ୱର ସର୍ବବୃହତ ଦଳ ବିଜେପିର ରାଷ୍ଟ୍ରୀୟ ସଭାପତି ଦୌଡ଼ରେ ରହିଛନ୍ତି । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଶାହା କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ । ବିଜେପିରେ ୱାନ ମ୍ୟାନ ୱାନ ପୋଷ୍ଟ ନୀତି ରହିଛି । ଶାହା ବିଜେପି ସଭାପତି ହେଲେ ତାଙ୍କୁ ସଭାପତି ପଦ ଛାଡ଼ିବାକୁ ପଡ଼ିବ । ତେବେ ଶାହାଙ୍କ ପରେ ଏହି ଦାୟିତ୍ୱ କାହାକୁ ମିଳିବ ସେନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ଏହି ସଭାପତି ରେସରେ ଜେପି ନଡ୍ଡା ଓ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି । ଅରୁଣ ଜେଟଲୀ ଅସୁସ୍ଥତା କାରଣରୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବେନାହିଁ । ତେଣୁ ଅର୍ଥ ମନ୍ତ୍ରଣାଳୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଅମିତ ଶାହା ରହିବେ । ମୋଦି ନିଜର ଦ୍ୱିତୀୟ ପାଳିରେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଶିଳ୍ପ ଆଦି ଉପରେ ବିଶେଷ ଫୋକସ ଦେବେ ବୋଲି କୁହାଯାଉଛି ।