ଝାଡ଼ଖଣ୍ଡକୁ ଛୁଇଁପାରୁନି କରୋନା

ଝାଡ଼ଖଣ୍ଡକୁ ଛୁଇଁପାରୁନି କରୋନା

ଝାଡ଼ଖଣ୍ଡକୁ ଛୁଇଁପାରୁନି କରୋନା
ରାଞ୍ଚି : ଝାଡ଼ଖଣ୍ଡ ଭାରତର ଏକମାତ୍ର ରାଜ୍ୟ ଯେଉଁଠାରେ ଏଯାବତ କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହେବାର ଖବର ନାହିଁ । ଅବଶ୍ୟ ଇତି ମଧ୍ୟରେ ମୋଟ ୨୭୪ ଜଣ କରୋନା ସନ୍ଦିଗ୍ଧଙ୍କର ନମୁନା ପରୀକ୍ଷା କରାଯାଇଛି । ଏଥିମଧ୍ୟରୁ ୨୬୬ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୮ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଯାଞ୍ଚ କରାଯିବା ପରେ ଏଠାରେ କରୋନା ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇଛି । ମଙ୍ଗଳବାର ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୭ ଜଣ ବିଦେଶୀ ଏବଂ ଅନ୍ୟ ରାଜ୍ୟରୁ ଆସିଥିବା ଲୋକ ଅନ୍ତର୍ଭୁକ୍ତ ।